Published : ଓଡିଶା ସନ୍ ଟାଇମ୍ସ
/13-Feb-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନୁରୋଧ କରି କହିଛନ୍ତି ସମ୍ବଲପୁର ଅଞ୍ଚଳର ୧୬ ବର୍ଷର ଯୁବକ ଶ୍ରେୟସ କେଶରୱାନୀ ବିଶାଖା ପାଟଣାର ଏକ ଇଂଜିନିୟରିଂ କଲେଜରେ ପଢୁଥିବାବେଳେ ତାର ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ଘଟଣା ସମ୍ପର୍କରେ ଏକ ସ୍ବତନ୍ତ୍ର ସଂସ୍ଥା ଦ୍ବାରା ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।