Published : ଓଡିଶା ସନ୍ ଟାଇମ୍ସ
/14-Dec-2017
ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳର ସଂସଦୀୟ ପାର୍ଟି ବୈଠକ ଡାକି ଅଧିବେଶନ ପାଇଁ ରଣକୌଶଳ ସ୍ଥିର କରିଛନ୍ତି। ସଂସଦର ଶୀତ କାଳୀନ ଅଧିବେଶନରେ ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଏବଂ ପୋଲାଭରମକୁ ପ୍ରକଳ୍ପକୁ ନେଇ ଆନ୍ଧ୍ର ପ୍ରଦେଶ ସହିତ ଥିବା ବିବାଦ ପ୍ରସଙ୍ଗ ସହିତ ଓଡିଶାରେ ରେଳବାଇ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ପ୍ରସଙ୍ଗ ଉଠାବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବୀ କରିବ।