ଓଡ଼ିଶାର ଆଞ୍ଚଳିକ ଦଳ - ବିଜୁ ଜନତା ଦଳ। ଏହା ଓଡ଼ିଶାର ଲୋକମାନଙ୍କ ଦ୍ଵାରା ଏବଂ ଓଡ଼ିଶାର ଲୋକମାନଙ୍କ ପାଇଁ। ସାଢେ ଚାରି କୋଟି ଓଡ଼ିଆଙ୍କ ସେବାରେ ଆମେ ଦୃଢ ସଙ୍କଳ୍ପବଦ୍ଧ। ପ୍ରତିଟି ଓଡ଼ିଆଙ୍କୁ ସାଥିରେ ନେଇ ଆମେ ଓଡ଼ିଶାର ଦୃତ ଆର୍ଥିକ ଓ ସାମଗ୍ରିକ ବିକାଶ ଦିଗରେ କ୍ଷିପ୍ର ଗତିରେ ଆଗକୁ ବଢୁଛୁ।

 
Chief Minister Shri Naveen Patnaik
ଆମ ଆଦର୍ଶ

ମହାନ ଜନନାୟକ ଶ୍ରୀ ବିଜୁ ପଟ୍ଟନାୟକ। ଓଡ଼ିଶା ତଥା ଦେଶର ବୀର, ବରପୁତ୍ର। ପ୍ରତିଟି ଓଡ଼ିଆଙ୍କ ଉନ୍ନତି ଓ ସମୃଦ୍ଧି ଦିଗରେ ତାଙ୍କ ସମର୍ପିତ ଜୀବନ ପାଇଁ ଓଡ଼ିଶାଠୁ ଆରମ୍ଭ କରି ଇଣ୍ଡୋନେସିଆ ପର୍ଯ୍ୟନ୍ତ ଦେଶବିଦେଶରେ ସେ ସୁଖ୍ୟାତ। ସେ ଆଙ୍କିଥିବା ବିକାଶ ନକ୍ସାରେ ଓଡ଼ିଶା ଛୁଉଁଛି ବିକାଶର ଶିଖର। ସେ କେବଳ ଆମ ଆଦର୍ଶ ନୁହନ୍ତି, ସେ ହେଉଛନ୍ତି ବିଜୁ ଜନତା ଦଳର ପ୍ରତିଟି କର୍ମୀଙ୍କ ନିଶ୍ଵାସ ଓ ବିଶ୍ବାସର ପ୍ରତୀକ।

 
Chief Minister Shri Naveen Patnaik
ଆମ ନେତା

ଓଡ଼ିଶାର ଦୃତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ଵରେ ବିଜୁ ଜନତା ଦଳ ସମୃଦ୍ଧ ହୋଇଛି। ସେ ଆମ ଆଦର୍ଶ, ଉତ୍ସାହ ଏବଂ ସଙ୍କଳ୍ପର କେନ୍ଦ୍ରବିନ୍ଦୁ। ୧୯୯୭ ମସିହାରୁ ସେ ବିଜୁ ଜନତା ଦଳକୁ ଗଢି ଆସିଛନ୍ତି, ତାଙ୍କ ଦୂରଦୃଷ୍ଟିରେ ବିଜେଡି ପ୍ରତିଟି ଓଡ଼ିଆର ସାମର୍ଥ୍ୟ, ଗର୍ବ ଓ ସାହସ ସାଜିଛି। ତାଙ୍କ ନିଃସ୍ଵାର୍ଥପର ସେବା ଏବଂ ଓଡ଼ିଶାର ବିକାଶରେ ସମର୍ପିତ ଜୀବନ ଲଗାତର ୧୦ ବର୍ଷ ଧରି ତାଙ୍କୁ କରିଛି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ।

 
ଆମ ସଙ୍ଗଠନ 

ବିଜୁ ଜନତା ଦଳର ସଙ୍ଗଠନ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଆମେ ନିର୍ବାଚନ ସଫଳତା ମଧ୍ୟରେ ସୀମିତ ନ ରହି ଲୋକ କୈନ୍ଦ୍ରିକ ସେବା ଓ ସୁଶାସନର ଉଦାହରଣ ସୃଷ୍ଟି କରିଛୁ। ଦେଶର ଅନ୍ୟ ରାଜନୈତିକ ଦଳଗୁଡ଼ିକ ପାଇଁ ଆମେ ହୋଇଛୁ ଅନୁକରଣୀୟ, ସାଜିଛୁ ଆଦର୍ଶ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଫଳ ନେତୃତ୍ଵରେ ୨୪ ବର୍ଷର ନିରନ୍ତର ନିର୍ବାଚନୀ ସଫଳତା ସହିତ ବିଜୁ ଜନତା ଦଳର ସଙ୍ଗଠନ, ଓଡ଼ିଶାର ସମୃଦ୍ଧି ଏବଂ ଓଡ଼ିଆଙ୍କ ଉନ୍ନତି ପାଇଁ ସଦା ସମର୍ପିତ।